ହିଞ୍ଜିଳିକାଟୁ (ରଜନୀକାନ୍ତ ପାତ୍ର) : ବିଜେଡିର ମିଶ୍ରଣ ପର୍ବ । ବହୁମୁଖୀ ସମ୍ପ୍ରଦାୟ କେନ୍ଦ୍ରରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ମିଶିଛନ୍ତି ହିଞ୍ଜିଳିକାଟୁ ପୌର ପରିଷଦର ୪ ଜଣ ସ୍ୱାଧୀନ କାଉନସିଲର ଓ ୨ଜଣ ପରାଜିତ ସ୍ୱାଧୀନ ପାର୍ଥି । ୪ନମ୍ବର ୱାର୍ଡର ରଞ୍ଜିତା ଚୌଧୁରୀ,୧୧ ନମ୍ବର ୱାର୍ଡର ଅମୁଲ୍ୟ ସାହୁ, ୧୪ ନମ୍ବର ୱାର୍ଡର ମଞ୍ଜୁ ବେହେରା, ୧୫ ନମ୍ବର ୱାର୍ଡର ଗୋପବନ୍ଧୁ ବେହେରା ଓ ସ୍ୱାଧୀନ ପାର୍ଥି ରୂପେ ପ୍ରତିଦ୍ବନ୍ଦିତା କରୁଥିବା ୧ନମ୍ବର ୱାର୍ଡର ଶ୍ରୀଧର କୁମାର ପଣ୍ଡା ଓ ୧୨ନମ୍ବର ୱାର୍ଡର ସୁନିତା ମିଶ୍ର ବିଧିବଦ୍ଧ ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ।
ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ନଗର ବିଜେଡି ସଭାପତି ଭୀମସେନ ବେହେରା, ଆସ୍କା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ରାଜ୍ୟ ବିଜେଡି ସମ୍ପାଦକ ଶିବରାମ ଗୌଡ଼ ଓ ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ପରେ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ନେଇଥିଲେ।