କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ହେଲେ ୪ ଚିତା ଶାବକ

0

ନୂଆଦିଲ୍ଲୀ: ନାମିବିଆରୁ ଭାରତକୁ ଆସିଥିବା ଚିତା ବାଘ ମଧ୍ୟରୁ ଗୋଟିଏ ଚିତା ଚାରିଟି ଶାବକକୁ ଜନ୍ମ ଦେଇଛି। ବୁଧବାର କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଛତିଶଗଡର କୋରିଆ ଜିଲ୍ଲାରେ ୧୯୪୭ ମସିହାରେ ଭାରତରେ ଶେଷ ଚିତାଙ୍କର ମୃତ୍ୟୁ ହୋଇଥିଲା। ଭୂମିରେ ସବୁଠାରୁ ଦ୍ରୁତ ଗିତରେ ଦୌଡୁଥିବା ପଶୁକୁ ଦେଶରେ ୧୯୫୨ ମସିହାରେ ବିଲୁପ୍ତ ଘୋଷଣା କରାଯାଇଥିଲା । ପରିବେଶଗତ ଭାବରେ ଅତୀତରେ ହୋଇଥିବା ଭୁଲଗୁଡ଼ିକୁ ସଂଶୋଧନ କରି ଚିତାକୁ ଭାରତକୁ ଫେରାଇ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବାରୁ କେନ୍ଦ୍ର ପରିବେଶ ମନ୍ତ୍ରୀ ‘ପ୍ରୋଜେକ୍ଟ ଚିତା’ର ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଗତ ବର୍ଷ ସେପ୍ଟେମ୍ବର ୧୭ ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ପାଞ୍ଚଜଣ ମହିଳା ଏବଂ ତିନି ପୁରୁଷ ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଙ୍ଗଲରେ ମୁକ୍ତ କରିଥିଲେ।
କିଡନୀ ରୋଗ ହେତୁ ସୋମବାର (ମାର୍ଚ୍ଚ ୨୭) ରେ ଏକ ମହିଳା ଚିତା ‘ଶଶା’ର ମୃତ୍ୟୁ ଘଟିଥିଲା। ମଧ୍ୟପ୍ରଦେଶର ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଅଧିକାରୀମାନେ ଏହି ସୂଚନା ଦେଇଥିଲେ।