କାର- ଟ୍ରକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ଜୀବନ

0

ଆଠଗଡ: ମୁହାଁମୁହିଁ ହେଲା କାର- ଟ୍ରକ । ଏଥିରେ ୪ଜଣଙ୍କର ଜୀବନ ଯାଇଥିବା ବେଳେ ୧ ଗୁରୁତର ଆହାତ ହୋଇଛନ୍ତି । ଏହା କଟକ ଜିଲ୍ଲା ତିଗିରିଆ ଥାନା ନୂଆସଡକ ଛକରେ ଘଟିଛି ଏଭଳି ଘଟଣା । ଗୁରୁତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବିନ୍ଧାଣିମାର ଚନ୍ଦନ ଖଟୁଆ, ସୁବାସ ବେହେରା, ବାଣେଶ୍ୱରପଡ଼ାର ବାବୁଲି ରାଉତ ଓ ଅଭିମାନପୁରର ସିଲୁ ପୁଷ୍ଟି ମୃତ୍ୟୁ ହୋଇଥିବା ବେଳେ ନୂଆପାଟଣାର ଦୀପକ ସାହୁ ଗୁରୁତର ଆହତ ହୋଇଛନ୍ତି। ଏହି ୫ ଜଣ ଯାକ ସାଙ୍ଗ ଓ ସେମାନେ ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସମସ୍ତେ କାର ଭିତରେ ଚାପିହୋଇ ରହିଥିଲେ। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କୁ ଆଠଗଡ଼ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଦୀପକ ସାହୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତକରିବା ସହ ଘଟଣାର ତଦନ୍ତ ଜାରି ତଖିଛି ।