୨ ଅନୁସୂଚିତ ଜାତି, ଜନଜାତି ହଷ୍ଟେଲର ୪ ନାବାଳିକା ଛାତ୍ରୀ ଗର୍ଭବତୀ

0

(ସରୋଜ ରାଉତ) ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସରେ ନାବାଳିକା ଛାତ୍ରୀ ଗର୍ଭବତୀ ପରି ଲଜ୍ଜାକର ଘଟଣାର ପରିସମାପ୍ତି ହେବାର ନାମ ନେଉନାହିଁ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସ ଏହି ଘଟଣାରୁ ବାଦ ପଡିନାହିଁ । ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ କରାଯାଇ ଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ୪ ଜଣ ଛାତ୍ରୀ ଗର୍ଭଧାରଣ କରିଥିବା ଜଣାପଡିଛି । ଏହି ଖବର ସାର୍ବଜନୀନ ହେବା ପରେ ରାଜଧାନୀରେ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ନିଶ୍ଚୟ ପ୍ରେଗ୍ନାନ୍ସି କିଟ୍ ଟେଷ୍ଟରୁ ଭୁବନେଶ୍ୱରର ୨ଟି ସ୍କୁଲର ୪ ଜଣ ହାଇସ୍କୁଲ ଛାତ୍ରୀ ଗର୍ଭବତୀ ଥିବା ପ୍ରାଥମିକ ରିପୋର୍ଟ ଆସିଛି। ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମରେ ଗତ ୨୮ ରୁ ୩୦ ତାରିଖ ମଧ୍ୟରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ପରୀକ୍ଷା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ତନାଘନା ଆରମ୍ଭ ହୋଇଛି।
ଅପରପକ୍ଷରେ ଡିସିପିଙ୍କ ନିକଟରେ ଅଭିଯୋଗ ପରେ ପୁଲିସ ଏହାର ଖୋଳତାଡ କରୁଛି । ଅନ୍ୟପକ୍ଷ୍ୟରେ ଏ ନେଇ ମୁହଁ ଖୋଲିଛନ୍ତି ସିଡବ୍ଲୁସିର ବରିଷ୍ଠ ଅଧିକାରୀ । ସେ କହିଛନ୍ତି, ଏହାର ଖୋଳତାଡ ହେବ ଓ ସମ୍ପୃକ୍ତଙ୍କ ବିରୋଧରେ ଦଣ୍ଡବିଧାନ ହେବ । ଆଗକୁ ଯେପରି ଏହିଭଳି ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସିଡବ୍ଲୁ ସି କହିଛନ୍ତି ।