ଟିଏମସି ନେତାଙ୍କ ଘରୁ ଇଭିଏମ ଜବତ: ୪ ଅଧିକାରୀ ନିଲମ୍ବିତ

0

କୋଲକାତା: ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ରାଜ୍ୟରେ ମୋଟ୍ ୩୧ଟି ଆସନରେ ମତଦାନ ହେଉଛି । ତେବେ ଭୋଟଦାନ ଆରମ୍ଭ ହେବା ପୂର୍ବରୁ ବିଜେପି ଓ ଟିଏମସି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଟିଏମସି ନେତାଙ୍କ ଘର ବାହାରୁ ଇଭିଏମ ମେସିନ ମିଳିଛି । ଇଭିଏମ ମେସିନ ମିଳିବା ପରେ ବିଜେପି ଟିଏମସିକୁ ଘେରିଛି ।
ଉତ୍ତର ଉଲବେରିଆରୁ ବିଜେପି ପ୍ରାର୍ଥୀ ଚିରନ ବେରା ଅଭିଯୋଗ କରିଛନ୍ତି ଯେ, ମତଦାନ ପୂର୍ବ ରାତିରେ ଟିଏମସି ନେତା ଗୌତମ ଘୋଷଙ୍କ ଘର ବାହାରେ ଇଭିଏମ ଓ ଭଭିପ୍ୟାଡ୍ ମେସିନ ମିଳିଛି । ଟିଏମସି ନିର୍ବାଚନରେ ଅନିୟମିତତା କରୁଛି । ଇଭିଏମ ମିଳିବା ପରେ ବିଳମ୍ବିତ ରାତରରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।ଏହି ଉତ୍ତେଜନା ମଧ୍ୟରେ ୩୧ଟି ନିର୍ବାଚନ ମଣ୍ଡଳୀରେ ଧାରା ୧୪୪ ଜାରି କରାଯାଇଥିଲା । ଟିଏମସି ନେତାଙ୍କ ଘରୁ ଇଭିଏମମ ମେସିନ ବାହାରିବା ପରେ ନିର୍ବାଚନ କମିଶନ ୪ ଜଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ଅନ୍ୟପଟେ ଆଜି ୧.୩୦ ସୁଦ୍ଧା ରାଜ୍ୟରେ ୩୪.୩୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।