ଅଳଙ୍କାର ଦୋକାନରୁ ଚୋରି ଅଭିଯୋଗରେ ୪ ଗିରଫ

0

ଯାଜପୁର: ଯାଜପୁର ଜିଲ୍ଳା କୁଆଖିଆ ଥାନା ପୋଲିସକୁ ମିଳଛିି ଏକ ବଡ ସଫଳତା । ଗତ ଦୁଇ ଦିନ ପୂର୍ବେ ସ୍ତାନୀୟ ହରିପୁର ବଜାରରେ ଥିବା ଏକ ଅଳଙ୍କାର ଦୋକାନରୁ ଚୋରି ଘଟଣାର ପର୍ଦ୍ଦଫାଶ କରିଛି କୁଆଖିଆ ପୋଲିସ । ଘଟଣାରେ ଜଡିତ ଥିବା ୪ ଜଣ ଯୁବକଙ୍କୁ ପୋଲିସ ଗିରଫ କରି ଥାନାରେ ଅଟକ ରଖିଛି । ଏଥି ସହ ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୯,୮୦୦ ନଗଦ ଟଙ୍କା ସହିତ ବିଭିନ୍ନ ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି । ଏଥିସହିତ ଚୋରି ବ୍ୟବହୃତ ହେଉଥିବା ଗ୍ୟାସ କଟର, ସିଲିଣ୍ଡର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସବୁକୁ ମଧ୍ୟ ପୋଲିସ ଜବତ କରିଛି । ଗିରଫ ହୋଇଥିବା ୪ ଯୁବକଙ୍କ ମଧ୍ୟରୁ ତିନି ଜଣ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଭଦ୍ରକ ଅଞ୍ଚର ବୋଲି ସୂଚନା ମିଳିଛି । ୧୭ ତାରିଖ ଦିନ ବିଳମ୍ବିତ ରାତିରେ ହରିପୁରର ଏକ ଅଳଙ୍କାର ଦୋକାନରୁ ଟଙ୍କା ଏବଂ ଅଳଙ୍କାର ଚୋରି ହୋଇଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲା । ତେବେ ମାତ୍ର ଦୁଇ ଦିନ ଭିତରେ କୁଆଖିଆ ପୋଲିସ ସେମାନଙ୍କୁ ଖୋଜି ବାହାର କରିବାରେ ସକ୍ଷମ ହୋଇଛି ।