ନିଶାଡୀ ନିକଟରୁ 4 ଟି ଧଳା ଜହର ପୁଡିଆ ଜବତ: ପୋଲିସର ତଦନ୍ତ ଜାରି

0

ନୟାଗଡ଼ / ରାକେଶ  କୁମାର  ଜଗଦେବ : ଦିନକୁ ଦିନ ଯୁବ ପିଢ଼ି ନିଶା କବଳରେ ପଡି ହେଉଛନ୍ତି ସର୍ବସ୍ୱାନ୍ତ । ଏପରିକି ନିଶା ମାନଙ୍କର ରଜା ଧଳା ଜହର ବା ବ୍ରାଉନ ସୁଗାର କୁ ଆପଣଉଛନ୍ତି ଗାଁ ଗହଳି ର ଯୁବକ ମାନେ । ସେହି ଧଳା ଜହର ଖାଇବାକୁ ଯାଇ ହଟ ହଟା ହୋଇଛନ୍ତି ଜଣେ ନିଶାଡୀ ଯୁବକ ।  ନିଶାଗ୍ରସ୍ତ ଅବସ୍ଥାରେ ଗାଁ ଲୋକଙ୍କ ଦ୍ୱାରା ଧରାପଡି ଛନ୍ତି । ଏହାର ଚିତ୍ର ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ମୟୁର ଝାଲିଆ ଗ୍ରାମରେ।  ନିରାକାରପୁର ଅଞ୍ଚଳ ର ଜଣେ ଯୁବକ  ଧଳା ଜହର ଖାଇବା ପାଇଁ ଯାଇଛନ୍ତି ମୟୁର ଝାଲିଆ ଗ୍ରାମର ଜଣେ ବେପାରୀଙ୍କ ନିକଟକୁ। ସେହି ବେପାରୀଙ୍କ ନିକଟରୁ ଧଳା ଜହର ଆଣି ଆସୁଥିବା ବେଳେ ସନ୍ଦେହ କରି ଗାଁ ଲୋକେ ନିଶାଡୀ ଯୁବକଙ୍କୁ କାବୁ କରିଛନ୍ତି। କାବୁ କରିବା ପରେ ନିଶାଡୀ ନିକଟରୁ 4 ଟି ଧଳା ଜହର ପୁଡିଆ ଉଦ୍ଧାର କରି ଚାନ୍ଦପୁର ପୋଲିସ କୁ ହସ୍ତାନ୍ତର କରୁଛନ୍ତି ଗାଁ ଲୋକେ। ପୋଲିସ ଯୁବକଙ୍କୁ  ଅଟକ ରଖି  ଅଧିକ ତଦନ୍ତ କରୁଛି ଚାନ୍ଦପୁର ପୋଲିସ।