ନୂଆଦିଳ୍ଲୀ: ବାରମ୍ବାର ଘଟୁଛି ଏପରି ଘଟଣା । ନିର୍ମାଣ ହେଉଛି ବଡ ବଡ କୋଠା । ଭୁଷୁଡୁଛି ଲିଫ୍ଟ । ଆଉ ଯାଉଛି ଅନେକ ନୀରିହ ଜୀବନ । ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନଏଡାରେ । ପଶ୍ଚିମ ଗ୍ରେଟର ନଏଡା ସ୍ଥିତ ଆମ୍ରପାଲି ଡ୍ରିମ୍ ଭ୍ୟାଲି ହାଉସିଂ ସୋସାଇଟିରେ ଏହି ଘଟଣା ଘଟିଛି। ଶୁକ୍ରବାର ଏକ ନିର୍ମାଣାଧୀନ ଘରର ଲିଫ୍ଟ ଭୁଶୁଡ଼ି ପଡିଛି । ଫଳରେ ୪ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏବଂ ୫ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ଲିଫ୍ଟ ଭୁଶୁଡ଼ିବା ବେଳେ ସେଥିରେ ଜଣେ ମାତ୍ର ମହିଳା ଥିଲେ। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଗ୍ରେଟର ନୋଏଡାର ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ଭର୍ମା କହିଛନ୍ତି, “ଚାରି ଜଣ ଲୋକ ପ୍ରାଣ ହରାଇଛନ୍ତି । ଏବଂ ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଆହୁରୀ ସେ କହିଛନ୍ତି “ଆହତମାନେ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ଆମେ ପୋଲିସ ଦଳ ପଠାଇଛୁ। ଅନ୍ୟ ଏକ ଦଳ ଦୁର୍ଘଟଣାସ୍ଥଳରେ ଅଛନ୍ତି । ଏବଂ ଲିଫ୍ଟ ଭୁଶୁଡ଼ିବାର କାରଣ ସମ୍ପର୍କରେ ଏକ ଅନୁସନ୍ଧାନ କରାଯାଉଛି।