ଡିସକାଉଣ୍ଟରେ କାର ଦେବାକୁ କହି ଠକିନେଲେ ୪୦ କୋଟି

0

ଭୁବନେଶ୍ୱର : ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀ ଙ୍କୁ ଅଟକ . ଅକ୍ଷୟ ଗୌଡ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ନୟlପଲି ପୋଲିସ। ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ  ମା ଖଣ୍ଡୁଆପାଟ ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇ ଥିଲେ ସ୍ଵାମୀସ୍ତ୍ରୀ । ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ମାମଲା  ରୁଜୁ ହୋଇଛି।

ଡିସକାଉଣ୍ଟରେ ମିଳିବ  ନୂଆ କାର । ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାରର ଚାଲିଛି କ୍ଲିୟରାନ୍ସ ସେଲ ।୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳିବ । ଆଉ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲ ପାଇଁ ମା ପାଟଖଣ୍ଡ ଅଟୋମୋବାଇଲ୍ସ  ପ୍ରାଇଭେଟ ଲିମିଟେଡ ସହ ହୋଇଛି ଚୁକ୍ତି । ଏପରିକି ଏହା ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକ ଙ୍କୁ ନୂଆ କାର ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟ ମାନେ ସମସ୍ତେ ଅଗ୍ରୀମ ଟଙ୍କା ଜମା ମଧ୍ୟ କରିଦେଲେ । ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ  ।ଅକ୍ଷୟ  ଗୌଡ, ସ୍ତ୍ରୀ ଉଶାରାଣୀ ବାରିକ ଓ ଶିବରାମ ଗୌଡ  ଏହି ଟଙ୍କା ଚଳୁ କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା  । ଏ ନେଇ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ,କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ମାଲା ମଧ୍ୟ ରୁଜୁ କରିଛି ।