ଗଣେଶ ଚତୁର୍ଥୀରେ ପୂଜା ଭୋଗ ଖାଇ ୪୦ ଅସୁସ୍ଥ

0

ବ୍ୟୁରୋ : ଭୋଗ ଖାଇ ଅସୁସ୍ଥ ହେଲେ ୪୦ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ । ଗତକାଲି ଗଣେଶ ଚତୁର୍ଥୀ ଥିବାବେଳେ ପୂଜା ଭୋଗ ଖାଇ ୪୦ ଅସୁସ୍ଥ ହୋଇପଡ଼ିଛନ୍ତି । ଗାଁ ଲୋକେ ଅପରାହ୍ନରେ ସମସ୍ତେ ପଞ୍ଚାମୃତ ଭୋଗ ସେବନ କରିଥିଲାବେଳେ ଯେଉଁମାନେ ପ୍ରସାଦ ସେବନ କରିଥିଲେ, ଆଜି ଭୋରରୁ ସେମାନଙ୍କ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବାବେଳେ ଆଉ ୨୦ ଜଣଙ୍କୁ ମେଡିକାଲ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।