ରାଜ୍ୟରେ ଏବେ ବି ରହିଛି ଅନ୍ଧ ବିଶ୍ୱାସ । ବିଗତ ୫ ବର୍ଷରେ ରାଜ୍ୟରେ ୪୦୮ ଗୁଣି ଗାରେଡି ମାମଲା ରୁଜୁ । ରାଜ୍ୟରେ ୨୦୨୦ ରେ ୯୪ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୫ ଟି ମାମଲା ରୁଜୁ ହୋଇ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୨୮ ଜଣ ଗିରଫ ହୋଇଛନ୍ତି । ୨୦୨୧ରେ ୭୯ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲା ରେ ୨୩ ଟି ମାମଲା ରୁଜୁ ହୋଇ ୨୫ ଜଣ ଗିରଫ ହୋଇଛନ୍ତି । ୨୦୨୨ରେ ୧୦୩ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୪୦ ଟି ମାମଲା ରୁଜୁ ହୋଇ ୨୦ ଜଣ ଗିରଫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ରେ ୩୨ ଜଣ ଗିରଫ ହୋଇଛନ୍ତି । ୨୦୨୩ରେ ୭୦ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୨୬ ଟି ମାମଲା ରୁଜୁ ହୋଇ ୧୩ ଜଣ ଗିରଫ ହୋଇଛନ୍ତି । ସେହିପରି ୨୦୨୪ରେ ୬୨ ଟି ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ୧୬ଟି ମାମଲା ରୁଜୁ ହୋଇ ୭ ଜଣ ଗିରଫ ହୋଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ ଙ୍କ ଲିଖିତ ଉତ୍ତର ।