ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ପଞ୍ଚାୟତ ଅନ୍ତର୍ଗତ ସମଲ ହାଇସ୍କୁଲ ଠାରେ 43ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ ସମ୍ମାନିତ ଅତିଥି କଣିହାଁ ବ୍ଲକ ବିଜେଡ଼ି ସଭାପତି କପିଳ ସାହୁ,ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବୁଦ୍ଧଦେବ ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ, ସମଲ ପଂଚାୟତର ସରପଞ୍ଚ ଜିତେନ୍ଦ୍ର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ I
ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଦ୍ୱରା ଛାତ୍ରଛାତ୍ରୀ ମାନଙ୍କ ସଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ I ଅତିଥିଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତା କ୍ଷେତ୍ରରେ କୃତି ପ୍ରତି ଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା I