୪୪ ଜଣ ମହିଳାଙ୍କୁ ନାରୀ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

0

(ରିପୋର୍ଟସ ଟୁଡ଼େ) ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ୪୪ ଜଣ ମହିଳାଙ୍କୁ ନାରୀ ସଶକ୍ତିକରଣ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ବିଶେଷ ସମାରୋହରେ ଚୟନ କରାଯାଇଥିବା ୪୪ ଜଣ ନାରୀଙ୍କୁ ସମ୍ମାନିତ କରିବେ । ସମ୍ମାନିତ ହୋଇଥିବା ମହିଳାମାନଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । ଏହି ମହିଳା ମାନଙ୍କୁ କେନ୍ଦ୍ରୀୟ ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚୟନ କରାଯାଇଛି ।
ସମ୍ମାନିତ ମହିଳାମାନେ ହେଉଛନ୍ତି-ଶ୍ୟାମଳା କୁମାରୀ, ବନଶ୍ରୀ, ଜୟମା ଭଣ୍ଡାରୀ, ଗାର୍ଗୀ ଗୁପ୍ତା, ପଞ୍ଜାନ ସରକାର, ବେଟୀ ଜିନ୍ଦାବାଦ ବେକରୀ, ଡୁ ଏସ ଶିବ ଶକ୍ତି, ଶ୍ରୀରାମ ଇନ୍ଦିରା, ମିତାଲ ପଟେଲ,ଦୀପିକା କୁରଞ୍ଜି, ପି.ବରମାନ, ଅନିତା ଭରଦ୍ୱାଜ , ଡୁ ଭାରତି କଶ୍ୟପ । ଏହାସହ ଅମ୍ବିକା ବେରୀ , ଜି.ମାଲଖି, ଅନନ୍ୟା ନାଚୁରାଲ ,ରେଖା ମିଶ୍ର,କରୁଣା ସୋସାଇଟ, ଏନଏସ ତାରିଣୀ, ମଧୁ ଜୈନ, ଆର.ଉମାଦେବୀ ନାଗରାଜ, ନମ୍ରତା ସୁଦର୍ଶନ,ଫ୍ୱାନ ଷ୍ଟପ୍ ସେନଟର ରାୟପୁର ,ଡଃ.ମଲ୍ଲିକା ଆଦି ମହିଳାଙ୍କୁ ଏହି ପୁରସ୍କାର ମିଳିବ । ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ମେନକା ସଂଜୟ ଗାନ୍ଧୀ ସମସ୍ତ ପୁରସ୍କାର ସମାଜର ପରିବର୍ତନ ପାଇଁ ଦିଆଯାଉଥିବା କହିଛନ୍ତି ।