ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ୧୮ଟି ସହରରେ ତାପାମାତ୍ରା ୪୦ ଡିଗ୍ରୀ ପାର
ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।
(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । କଲବଲ କରୁଛି ପ୍ରଚଣ୍ଡ ତାତି । ଗୁଳିଗୁଳି ସହ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ସକାଳ ୮ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି।
ପ୍ରତିଦିନର ରାଜ୍ୟର ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସୋମବାର ରାଜ୍ୟର ୧୮ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୯ଟି ସହରର ତାପାମତ୍ରା ୪୨ ଡିଗ୍ରୀ ଛୁଇଁଛି। ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଛି । ବଲାଙ୍ଗୀର, ହୀରାକୁଦ, ଝାରସୁଗୁଡା , ବାରିପଦା, ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ ଓ ବରଗଡରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି।
ଆଗାମୀ ୩ରୁ ୪ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ ଦିନ ତାପମାତ୍ରା । ତେବେ ଗ୍ରୀଷ୍ମ ଦାଉରେ ହନ୍ତସନ୍ତ ରାଜ୍ୟ ବାସୀ ମୌସୁମୀ ଆଗମନ ଖବର ପାଇ ଆଶ୍ୱସ୍ତି ଲାଭ କରିଛନ୍ତି । ସୋନପୁର , ବୌଦ୍ଧ, ନୂଆପଡା , ବଲାଙ୍ଗିର , କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, କେଉଁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ ।