ନୂଆଦିଲ୍ଲୀ: ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ତୀବ୍ରତାର ଭୂକମ୍ପ ହୋଇଛି । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି ।
ଆମେରିକା ଭୂତତ୍ତ୍ୱ ସର୍ଭେ ଅନୁସାରେ , ଦକ୍ଷିଣ କାଲିଫର୍ଣ୍ଣିଆର ଏକ ଛୋଟ କୃଷି ସମ୍ପ୍ରଦାୟ ଜୁଲିଆନ ନିକଟରେ ସକାଳ ୧୦ଟା୮ମିନିଟ ସମୟରେ ୫.୨ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ତେବେ ଏହି ଭୁମିକମ୍ପଟି ସବୁଠାର ତୀବ୍ର ଭୂମିକମ୍ପ ମଧ୍ୟରୁ ଗୋଟିଏ ଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।