ଜମ୍ମୁ କାଶ୍ମୀରରେ ୫.୫ ତୀବ୍ରତାର ଭୂମିକମ୍ପ ଝଟକା

0

ନୂଆ ଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା । ଆଜି ସକାଳ ସମୟରେ କାଶ୍ମୀର ଘାଟିରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି । ଏହା ଛଡା ଲଦାଖର କିଛି ଅଞ୍ଚଳ ମଧ୍ୟ ଝଟକା ଅନୁଭୂତ ହୋଇଛି । । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି । ସୋମବାର ଅପରାହ୍ନରେ ହିମାଳୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ସୋମବାର ରାତିରେ ଚୀନର ଉତ୍ତର ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଆସିଥିଲା । ଜମ୍ମୁ କଶ୍ମୀର ଏବଂ ଲଦାଖରେ ପାଖାପାଖି ୪ ଥର ଭୂକମ୍ପ ଝଟକା ଲାଗିବାରୁ ସ୍ଥାନୀୟ ଲୋକ ଭୟରେ ରହିଛନ୍ତି । ତେବେ ଏହି ଭୂକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୫.୫ ରେୀକର୍ଡ କରାଯାଇଛି ।