ନୂଆ ଦିଲ୍ଲୀ: ଆଜିଠାରୁ ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇପାରେ । ଆସନ୍ତାକାଲିଠୁ ନୂଆ ସଂସଦ ଭବନର ଚାଲିବ ଅଧିବେଶନ ।
ସୂଚନାନୁଯାୟୀ , ଅଧିବେଶନରେ ୪ଟି ବିଲ୍ ଆଲୋଚନା ପାଇଁ ଆସିବ ବୋଲି ସରକାର କହୁଥିଲେ ମଧ୍ୟ ବିରୋଧୀଙ୍କୁ ଏହା ଶାନ୍ତି କରିପାରିନାହିଁ। ଅନ୍ୟ ଅଧିବେଶନ ମଧ୍ୟ ଏହି ଧାରାରେ ଡକାଯାଇଥାଏ। ସଂସଦର ଅଧିବେଶନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ବ୍ୟବସ୍ଥା ନାହିଁ। ୧୯୫୫ ମସିହାରେ ଲୋକସଭାର ଏକ କମିଟି ପ୍ରସ୍ତାବ ଦେଇଥିଲା ଯେ ବଜେଟ ଅଧିବେଶନ ଫେବ୍ରୁଆରି ୧ରୁ ମେ’ ୭ ପର୍ଯ୍ୟନ୍ତ ହେବ।