ରାଜଧାନୀ ରୁ ଗିରଫ ଠକ ଦମ୍ପତି ହଂସିତା ଓ ଅନିଲ ମହାନ୍ତି ଗିରଫ ଘଟଣା । ଠକେଇ ଟଙ୍କାରେ କିଣା ହୋଇଛି ୫ଟି ଦାମୀ କାର । ସାମ୍ନାକୁ ଆସିଲା ଦାମୀ କାର ତଥ୍ୟ । ପୋରସେ କାର (OD 02CS 7777) ୨୨.୩.୨୦୨୪ରେ କିଣା ହୋଇଛି. ଅନିଲ ମାହାନ୍ତି ଙ୍କ କମ୍ପାନୀ ‘ହାର୍ଦ୍ଵିକ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡ଼’ ଅଫିସ ଆକାଉଣ୍ଟ ରୁ କିଣା ହୋଇଛି ପୋରସେ କାର. ୧କୋଟି ୯୭ଲକ୍ଷ ୫ହଜାର ନଗଦ ଟଙ୍କା ଦେଇ କିଣା ହୋଇଛି ପୋରସେ କାର । ୨୦ଜୁନ ୨୦୧୯ରେ ଅନିଲ ମହାନ୍ତି କିଣିଥିଲେ ଜାଗୁଆର ଲ୍ୟାଣ୍ଡ ରୋଭର (OD 02BB 7777) କାର । ଅନିଲ ମହାନ୍ତି ନିଜ ନାମରେ ଏହି କାର କିଣିଥିଲେ. ଯାହାର ଦାମ ଥିଲା ୭୨ଲକ୍ଷ ୪୬ହଜାର ୮୦୨ଟଙ୍କା । ନଗଦ ଟଙ୍କା ଦେଇ ଏହି କାର କିଣିଥିଲେ ଅନିଲ । ଅନିଲ ମହାନ୍ତି ଙ୍କ ନାମରେ ରହିଛି ଆଉ ଏକ ଜାଗୁଆର ଲ୍ୟାଣ୍ଡ ରୋଭର କାର । ୨୭ଜାନୁଆରୀ ୨୦୧୪ମସିହାରେ ଅନିଲ ଏହି କାର କିଣିଥିଲେ । ଯାହାର ଦାମ ଥିଲା ୫୪ଲକ୍ଷ ୯୧ହଜାର ୫୧୮ଟଙ୍କା । ହଂସିତା ଙ୍କ ପ୍ରଥମ ସ୍ୱାମୀ ସରୋଜ ସାହୁଙ୍କ ନାମରେ ରହିଛି ଦୁଇଟି BMW କାର । ଏହି ଦୁଇଟି BMW କାର ୩୧ଜୁଲାଇ ୨୦୨୩ରେ କିଣା ହୋଇଛି । ଗୋଟିଏ ଦିନରେ ଦୁଇଟି କାର କିଣା ଯାଇଛି । ପ୍ରତି BMW କାର ର ଦାମ ଥିଲା ୪୮ଲକ୍ଷ ୯୦ହଜାର ଟଙ୍କା । ତେବେ ଦୁଇଟି କାର ନଗଦ କ୍ୟାସ ଦେଇ ଏହି କାର କିଣା ହୋଇଥିବା ପାରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।