ମୟୂରଭଞ୍ଜ: ଯଶିପୁର ଜାମୁକେଶର ନିକଟରୁ ୫ ଜଣ ହାତୀଦାନ୍ତ ତସ୍କରୀଙ୍କୁ ଗିରଫ କରିଛି ବନ ବିଭାଗ । ଡିଲ୍ ପାଇଁ ଯୋଜନା ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ଚଢ଼ାଉ କରିଥିଲା ବନବିଭାଗ। ଚଢ଼ାଉରେ ନର୍ଥ ଜୋନ, ସାଉଥ ଜୋନ ଏବଂ ରାଇରଙ୍ଗପୁର ଡିଭିଜନର ଅଧିକାରୀ ସାମିଲ ଥିଲେ । କେବେ ଶିକାରୀଙ୍କ ଶିକାର ହେଉଛନ୍ତି ବନ୍ୟଜନ୍ତୁ ତ କେବେ ଶିକାରୀକୁ ରୋକିବା ପାଇଁ ଯାଇ ବନ ବିଭାଗ ବାରମ୍ଵାର ମୁହାଁମୁହିଁ ହେଉଛନ୍ତି । ଆମନା ସାମ୍ନା ହେଲେ ଗୁଳି ଫୁଟାଇବାକୁ ବି ପଛାଉ ନାହାଁନ୍ତି ଶିକାରୀ।