ଚାନ୍ଦବାଲି: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣ ମାମଲାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଂଶଡା ପୁଲିସ୍। ପୂର୍ବରୁ ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା। ମୋଟ ଏପର୍ଯ୍ୟନ୍ତଗିରଫଦାରୀ ସଂଖ୍ୟା ୧୦ରୁ ବୃଦ୍ଧି ପାଇଛି। ଗତ ୩୦ ତାରିଖ ନିର୍ବାଚନ ପ୍ରଚାର ପାଇଁ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ସସିତାଦେଇପୁର ନିକଟରେ ଅଭିଳାଶଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ। ସେପଟେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ତେବେ ପୁଲିସ ପୂର୍ବରୁ ଏଥିରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।