ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କବାଦି ହମଲାରେ ଆଉ ୫ଯବାନ ସହିଦ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ରାଜୌରୀରେ ହୋଇଥିବା ଆତଙ୍କବାଦି ବିସ୍ଫୋରଣରେ ସହୀଦ ଯବାନଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଯବାନ ସହୀଦ ହୋଇଛନ୍ତି ।ପୂର୍ବରୁ ୨ଯବାନ ସହୀଦ ହୋଇଥିଲେ । ସେନା କହିଛି ଯେ ରାଜୌରୀ ସେକ୍ଟରରେ ଚାଲିଥିବା ଅପରେସନରେ ଗୁରୁତର ଭାବେ ଆହତ ହୋଇଥିବା ୩ ଯବାନ ଦୁର୍ଭାଗ୍ୟବଶତଃ ଆଖି ବୁଜିଛନ୍ତି । ଗତ ମଙ୍ଗଳବାର ଜାମ୍ମୁ ଅଞ୍ଚଳର ଭାଟା ଧୁରିଆନ ଅନ୍ତର୍ଗତ ତୋଟାଗଳି ଅଞ୍ଚଳରେ ଆତଙ୍କବାଦୀ ହମଲା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା । ଗୁଇନ୍ଦା ତଥ୍ୟକୁ ଆଧାର କରି ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରଣ ଘଟିଥିଲା । ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ବି ଘଟିଥିଲା । ଆହତମାନଙ୍କୁ ଉଦ୍ଧମପୁରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି । ଏବେ ମଧ୍ୟ ଅପରେସନ ଜାରି ରହିଛି।