ବିଏସଏଫ ଗୁଳିରେ ୫ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ

0

ଶ୍ରୀନଗର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କଲେ ବିଏସଏଫ ଯବାନ । ତେବେ ଏମାନେ ପଞ୍ଜାବର ତର୍ନତାରନ ଜିଲ୍ଳା ବାଟ ଦେଇ ପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେନାଙ୍କ ଗୁଳିରେ ନିପାତ ହୋଇଥିଲେ । ଏନେଇ ସେନାଙ୍କ ପକ୍ଷରୁ ଶନିବାର ସୁଚନା ଦିଆଯାଇଛି । ସେମାନଙ୍କ ନିକଟରୁ ପିସ୍ତଲ ଏବଂ ଏକେ ସିରିଜ୍ ରାଇଫଲ୍ ଜବତ କରାଯାଇଛି ।
ସୁଚନା ଯେ, ପଞ୍ଜାବର ତର୍ନତାରନ ଜିଲ୍ଳାର ଏକ ଗାଁ ର ସୀମା ବାଟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ସେଠାରେ ନିୟୋଜିତ ବିଏସଏଫ ଯବାନ ମାନେ ଅନୁପ୍ରବେଶକାରୀଙ୍କୁ ପଶିବା ବେଳେ ପ୍ରତିବାଦ କରିଥଲେ । ସେମାନଙ୍କୁ ଚେତାବନୀ ମଧ୍ୟ ଦିଆଯାଇଥିଲା । ତଥାପି ସେମାନେ ନଶୁଣି ଓଲଟା ସେନାଙ୍କ ଉପରକୁ ଗୁଳି ଚଳାଇଥିଲା । ସେନା ତାର ପାଲଟା ଜବାବ ଦେବାକୁ ଯାଇ ୫ ଜଣଙ୍କୁ ଏନକାଉଣ୍ଟର କରିଥିଲେ । ତେବେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।