ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ୫ ପ୍ରଶ୍ନ

0

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡିର ୫ ପ୍ରଶ୍ନ । ପ୍ରେସମିଟ୍ କରି ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର ।

1- ଗତ କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ ରେ ପାଣି ଜମୁଛି । ଅପରାଜିତା ମ୍ୟାଡ଼ମ ଜାତୀୟ ରାଜପଥ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପଦକ୍ଷେପ ନେଇଛନ୍ତି

2 – ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ଜାତୀୟ ରାଜପଥ କାମ ମନଥର ଗତି ରେ ଚାଲିଛି । ଭୁବନେଶ୍ୱର ରୁ ଖୋର୍ଦ୍ଧା ଯିବାକୁ 2 ଘଣ୍ଟା ଲାଗୁଛି ମ୍ୟାଡ଼ମ କୁହନ୍ତୁ କେବେ ସୁଦ୍ଧା କାମ ସରିବ

3 – 3 ବର୍ଷ ତଳେ ମାଷ୍ଟ୍ରର ପ୍ଲାନ ଶୁଣିଥିଲୁ । କ୍ୟାପିଟାଲ ରିଜନ ରିଂଗ ରୋଡ଼ ର ମାଷ୍ଟର ପ୍ଲାନ କାଗଜ କଲମ ରେ ରହିଛି । କେବେ ସୁଦ୍ଧା ବାସ୍ତବ ରୂପ ନେବ

4 – ଖୋର୍ଦ୍ଧା ର ବେଗୁନିଆ, ବୋଲଗଡ଼, ବାଲିଆନ୍ତ ଭଳି ସ୍ଥାନରେ ନେଟୱାର୍କ ଠିକ ସେ ଆସୁନି । ମ୍ୟାଡ଼ମ ଟେଲି ଯୋଗାଯୋଗ ବାବଦରେ କଣ ପଦକ୍ଷେପ ନେଇଛନ୍ତି

5 – ବ୍ୟାଙ୍କି ସେକ୍ଟର ବଢାଇବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ ପଦକ୍ଷେପ ନେଇଛନ୍ତି ଅପରାଜିତା

ଏଥିସହ ପୁରୀ ପରିକ୍ରମା ପ୍ରକଳ୍ପ କୁ ଅଟକେଇବା ପାଇଁ ଅପରାଜିତା ତାଙ୍କ ଅନୁଗତ ଙ୍କ ଦ୍ଵାରା ପିଆଇଏଲ କରିଥିଲେ ଯେଉଁଥିରେ ସୁପ୍ରିମକୋର୍ଟ ଠିକ ରାୟ ଦେଇଥିଲେ । ସେହିପରି ଏକାମ୍ର ପ୍ରକଳ୍ପ ରେ ବାଧା ସୃଷ୍ଟି କରିବା ପାଇଁ ବି ଚେଷ୍ଟା କରିଥିଲେ । ଏଭଳି ଭୁଲ ଆଜି ପର୍ଯ୍ୟନ୍ତ ଅପରାଜିତା ସେ ନେଇ କେବେ କ୍ଷମା ପ୍ରାର୍ଥନା କଲେ ନାହିଁ । ମ୍ୟାଡ଼ମ ଅପରାଜିତା ସାମ୍ନା କୁ ଆସି ଏ ସବୁ ପ୍ରଶ୍ନର ଉତ୍ତର ମାଗିଲା ବିଜେଡି।