ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ଜଗତପୁର ଥାନା ବାରଗୋଡିଆ ନିକଟ କେନାଲ ବନ୍ଧ କଡରେ ୫ ବସ୍ତା ଅଖାରେ ମୁହଁ ବନ୍ଧାହୋଇ ଗୋମାଂସ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମାଂସ ଗୁଡିକ ପଡି ପଚି ଯିବାରୁ ସ୍ଥାନୀୟ ଅଂଚଳରେ ଦୁର୍ଗନ୍ଧରେ ପସି ହେଉନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। କାଉ କୁକୁର ସହ ବିଲୁଆମାନେ ଅଖାକୁ କାଟି ଖାଉଥିବାରୁ ଦୁର୍ଗନ୍ଧ ହେଉଥିବା ବେଳେ ଲୋକମାନେ ଯାତାୟାତ କରିବା ସହ ବସବାସ କରିବା କଷ୍ଟକର ବ୍ୟାପାର ହୋଇପଡିଛି। କେହି ଦୁର୍ବୁତ୍ତ ଗୋମାଂସ ଧରାପଡିବା ଭୟରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି। ଏନେଇ ସ୍ଥାନୀୟ ସରପଞ୍ଚ ପୋଲିସକୁ ଲିଖିତ ଭାବେ ସୂଚନା ଦେଇଥିବା ବେଳେ କିଭଳି ଏଠାରେ ଗୋମାଂସ ଫୋପଡା ହେଉଛି ଆଉ ଏହା ପଛରେ କେଉଁ ମାନେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଂଚଳବାସୀ ଦାବି କରିଛନ୍ତି।