ହୁଏତ ଦୀର୍ଘ ସମୟ ଧରି ଆପଣ Gmail ବ୍ୟବହାର କରିଆସୁଛନ୍ତି, କିନ୍ତୁ ଏଥିରେ ଏଭଳି କିଛି ଜିନିଷ ଅଛି ଯାହା ଆପଣ ଜଣାନଥିବ । ଆଜି ଆମେ Gmail ର କିଛି ବିଶେଷ ଟ୍ରିକ୍ସ ବିଷୟରେ କହିବାକୁ ଯାଉଛୁ, ଯାହା Gmail ବ୍ୟବହାର କରିବାର ଏକ୍ସପେରିଏନ୍ସକୁ ଉନ୍ନତ କରିବ ।
- ପ୍ରଥମ ଫିଚର Confidential Email ସହିତ ଜଡିତ । ବହୁତ କମ୍ ଲୋକ ଜାଣନ୍ତି ଯେ, Gmail ରେ ସିକ୍ରେଟ୍ ଇମେଲ୍ ମଧ୍ୟ ପଠାଯାଇପାରିବ । ଏହାକୁ ଆକ୍ଟିଭ୍ କରିବାକୁ ହେବ । ଏକ ନୂତନ ଇମେଲ୍ ପଠାଇବାବେଳେ ଆପଣଙ୍କୁ “Lock” ସାଇନ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।
- ଦ୍ୱିତୀୟ ଫିଚର ହେଉଛି View Emails Offline, ଯେପରି ବିନା ଇଣ୍ଟରନେଟ୍ ରେ ଆପଣ ଇମେଲ୍ ପଢିପାରିବେ । ଏଥିପାଇଁ Gmail Settingsକୁ ଯାଇ Enable offline email ରେ ଟ୍ୟାପ୍ କରିବାକୁ ପଡିବ । ଏହାଦ୍ୱାରା ଫିଚର୍ ଟି ଅନ୍ ହୋଇଯିବ ।
- ତୃତୀୟ ଫିଚର ହେଉଛି “Schedule Emails”, ଯେଉଁଥିରେ Gmail ରେ ଯେକୌଣସି ଇମେଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସିଡ୍ୟୁଲ୍ ହୋଇପାରିବ । ଏଥିପାଇଁ ଆପଣଙ୍କୁ “Schedule Send” କୁ ଯାଇ ତାରିଖ ଏବଂ ସମୟ ସିଲେକ୍ଟ କରିବାକୁ ପଡିବ ।
- –ଚତୁର୍ଥ ଫିଚର ହେଉଛି “Right click menu”, ଏଥିରେ ଯେତେବେଳେ ଆପଣ ରାଇଟ୍ କ୍ଲିକ୍ କରିବେ, ଅନେକ ଅପ୍ସନ୍ ଦେଖାଯିବ, ଯାହା ଆଟାଚମେଣ୍ଟ, “Move to tab”, ରିପ୍ଲାଏ ଅଲ୍ ଏବଂ ସର୍ଚ୍ଚ ଅପ୍ସନ୍ ।
-
– Gmail ର ପଞ୍ଚମ ସିକ୍ରେଟ୍ ଫିଚର୍ ହେଉଛି “Shortcuts। mark as read” କରିବା ପାଇଁ “Shift + I” ଉପରେ କ୍ଲିକ କରନ୍ତୁ, ଇମେଲ ପଠାଇବା ପାଇଁ “Command” କିମ୍ବା “Ctrl + Enter” କ୍ଲିକ କରନ୍ତୁ । ଏହା ବ୍ୟତୀତ ରେସିପିଏଣ୍ଟ ଏଣ୍ଡ କରିବା ପାଇଁ “Shift + Ctrl + B” ପ୍ରେସ କରନ୍ତୁ ।