ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ

0

ବାଲେଶ୍ୱର : ବାଲେଶ୍ୱର ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ । ଉନୟନ ପ୍ରକଳ୍ପର ସମୀକ୍ଷା ପାଇଁ ଆଜିଠୁ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ୫ଟି ସଚିବ । ବାଲେଶ୍ୱର ଜିଲ୍ଲା କୁନାରୀ ପଞ୍ଚାୟତ ପଡିଆରେ ଜନସାଧାରଣ ଓ ମିଶନ ଶକ୍ତି ମାଆ ମାନଙ୍କ ସହିତ କରିଛନ୍ତି ଆଲୋଚନା ।ଆଲୋଚନା ବେଳେ ୭ଦିନ ମଧ୍ୟରେ ସବୁ ସମସ୍ୟର ସମାଧାନ ହେବବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ କମ୍ୟୁନିଷ୍ଟି ସେଣ୍ଟର ପାଇଁ ଲୋକେ କରିଥିବା ଅନୁରୋଧକୁ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୂରଣ କରିବେ ବୋଲି ମଧ୍ୟ କହିଛନ୍ତି ୫ଟି ସଚିବ। ଏଥିସହ ଚାଷୀ ଭାଇ ଭଉଣୀଙ୍କ ସମସ୍ୟାର ମଧ୍ୟ ସମାଧାନ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ ଜାରି ରହିବ। ମାଆ ମାନଙ୍କୁ ରୋଜଗାରକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ବ୍ୟାପକ ବ୍ୟବସ୍ଥା କରିଛନ୍ତିବୋଲି କହିବା ସହିତ ଚାଷୀଙ୍କ ପାଇଁ ସ୍ଥାନୀୟ କେନାଲରେ ୨୭ ହେକ୍ଟର ଚାଷଜମିକୁ ଜଳ ମିଳିବ ବେଲେି କହିଚନ୍ତି ୫ଟି ସଚିବ ।