ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ

0

କେନ୍ଦ୍ରାପଡ଼ା, ଗଞ୍ଜାମ ପରେ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତର ପ୍ରଥମ ଦିନରେ ମୋହନା ଠାରେ ଆସି ପହଞ୍ଚିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ କ୍ଷ ଭୁବନେଶ୍ୱର ରୁ ହେଲିକପ୍ଟର ଯୋଗେ ଆସିବା ସହ ଅପରାହ୍ନ ୫ ଟାରେ ମୋହନା ହାଇସ୍କୁଲ ପଡ଼ିଆରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିଜୁ ଏକ୍ସପ୍ରେସ ୱେ ର ଅନୁଧ୍ୟାନ କରିବା ସହ ପ୍ରକଳ୍ପ ସମ୍ପର୍କ ରେ ଜନସାଧାରଣ ଙ୍କୁ ସୂଚନା ଦେଇଛନ୍ତି , ବିଜୁ ଏକ୍ସପ୍ରେସ୍ ୱେ ଯୋଜନା ରେ ବ୍ରହ୍ମପୁର – ଜୟପୁର ଚାରି ଲେନ୍ ବିଶିଷ୍ଟ ରାସ୍ତା ମୋହନା ମଧ୍ୟଦେଇ ଯିବ ଏଥିନିମନ୍ତେ ଖର୍ଚ୍ଚ ହେବ ୫ ହଜାର ୧୭୮ କୋଟି ଏବଂ ୩ବର୍ଷ ମଧ୍ୟରେ ଉକ୍ତ ପ୍ରକଳ୍ପ କାର୍ୟ୍ୟ ଶେଷ ହେବ ବୋଲି କହିଛନ୍ତି 5T ସଚିବ କ୍ଷ ପରେ ସନ୍ଧ୍ୟା ୬ ଟା ସମୟରେ ହେଲିକପ୍ଟର ଯୋଗେ ଯାଇ ଜିରାଙ୍ଗ ପଦ୍ମ ସମ୍ଭବ ବୌଦ୍ଧ ବିହାର ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ ରେ ଅବତରଣ କରିଥିଲେ ୫ ଟି ସଚିବ କ୍ଷ ସେଠାର ଗଜପତି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ , ବିଭିନ୍ନ ସଂସ୍ଥା, ଓ ସଂଗଠନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି କ୍ଷ ଏଥିସହ ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ପାଣ୍ଡିଆନ୍ । ଏହାପରେ ଚନ୍ଦ୍ରଗିରି ମଲ୍ଟି ତିବ୍ବତିଆନ୍ କୋପରଟିଭ୍ ସୋସାଇଟି ବଙ୍ଗଳାରେ ରାତ୍ରୀ ଯାପନ କରିବେ ୫ ଟି ସଚିବ। ବୁଧବାର ସକାଳ ୬ ଟା ରେ ଜିରାଙ୍ଗ ବୌଦ୍ଧ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ତିବତିୟ କମୁନିଟି ସହ ଆଲୋଚନା କରିବେ । ସକାଳ ୭.୪୫ ରେ କାର ଯୋଗେ ଯାଇ ଛେଳିଗଡ ଜଳ ସେଚନ ପ୍ରକଳ୍ପ କାର୍ୟ୍ୟ ଅନୁଧ୍ୟାନ କରିବେ ଏବଂ ସେଠାରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ । ଏହାପରେ ପୂର୍ବାହ୍ନ ୯.୩୦ରେ ପୁଣି ଜିରାଙ୍ଗ ବୌଦ୍ଧ ମନ୍ଦିର କୁ ଫେରି ହେଲିକପ୍ଟର ଯୋଗେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ଗୁମ୍ମା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।