ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ୫ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ । ତ୍ରାଲରେ ଧମକପୂର୍ଣ୍ଣ ପୋଷ୍ଟର ମାରିବା ଘଟଣାରେ ପୁଲିସ ଆତଙ୍କବାଦୀଙ୍କ ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ଲାପଟପ, ଧମକପୂର୍ଣ୍ଣ ପୋଷ୍ଟର ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ୫ ଜଣ ହେଉଛନ୍ତି ଗୁଲାମ ନବି ପରେ, ମହମ୍ମଦ ପରେ, ମହମ୍ମଦ ରମଜାନ ଲୋନ, ଅବଦୁଲ ରାଶିଦ ଭଟ, ଗୁଲଜାର ଅହମଦ ଡାର। ଏହି ଯୁବକମାନେ ତ୍ରାଲରେ ରୁହନ୍ତି।
ଜାନୁଆରୀ ୧୩ରେ ତ୍ରାଲ ଅନ୍ତର୍ଗତ ସିର ଏବଂ ବଟାଗୁଣ୍ଡ ଗ୍ରାମରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା। ପୋଲିସ ଏହି ଘଟଣାରେ ବିଭିନ୍ନ ଚଢାଉ କରିବା ଅବସରରେ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ୫ ଜଣ ଯୁବକଙ୍କୁ ଗିରଫ କରିଛି । ପୋଲିସ ଏବେ ସେମାନଙ୍କୁ ପଚରାଉଚୁରା କରୁଛି। ଏନେଇ ତ୍ରାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି।