୫ରୁ ୧୦ମ ଶ୍ରେଣୀର କିଶୋରୀଙ୍କୁ ଦିଆଯିବ ଟିଡି ଟିକା

0

(ପ୍ରିୟଦର୍ଶନୀ ସ୍ୱାଇଁ): ଜାତୀୟ ଟିକାକରଣ କାର‌୍ୟ୍ୟକ୍ରମରେ ୧୦ରୁ ୧୬ବର୍ଷ ବୟସର କିଶୋରୀମାନଙ୍କୁ ଟିଟାନ୍ସ ଡିପ୍ଥେରିଆ ବା ଟିଡି ଟିକା ଦେବା ଲାଗି ସିଡିଏମ୍ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ଏନେଇ ଜାତୀୟ ସ୍ବାସ୍ଥ୍ୟ ମିସନ୍ର ନିର୍ଦେଶିକା ଶାଳିନୀ ପଣ୍ଡିତ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିଛନ୍ତି।
ବିଦ୍ୟାଳୟକୁ ୫ରୁ ୧୦ମ ଶ୍ରେଣୀର କିଶୋରୀମାନଙ୍କୁ ବିଦ୍ୟାଳୟ ସ୍ବାସ୍ଥ୍ୟ କାର‌୍ୟ୍ୟକ୍ରମରେ ଏହାକୁ ପ୍ରଦାନ କରାଯିବ। ବର୍ଷକୁ ଥରଟିଏ ଏହି ଟିକା ଦିଆଯିବ। ପୂର୍ବରୁ କିଶୋରୀ ଓ ଗର୍ଭବତୀ ମହିଳାଙ୍କୁ ଟିଟି ଦିଆଯାଉଥିବା ବେଳେ ଏହା ପରିବର୍ତ୍ତେ ଏବେ ଟିଡି ଟିକା ପ୍ରଦାନ କରାଯିବ। ଜିଲ୍ଲାସ୍ତରୀରେ ୯୦ ପ୍ରତିଶତ କିଶୋରୀଙ୍କୁ ଟିଡି ଟିକା ଦିଆଯିବାର ଲକ୍ଷ୍ୟ ରହିଛି। ଆଶାମାନେ ସ୍ବାସ୍ଥ୍ୟକର୍ମୀଙ୍କୁ ଗୋଷ୍ଠୀସ୍ତରରେ ସହାୟତା କରିବା ସହ ବିଦ୍ୟାଳୟ ଟିକାକରଣ କାର‌୍ୟ୍ୟକ୍ରମରେ ମଧ୍ୟ ସହଯୋଗ କରିବେ। ବ୍ଲକ୍ସ୍ତରରେ ଏହାର ସମୀକ୍ଷା ସହିତ ପ୍ରତିଦିନ ଜିଲ୍ଲାକୁ ଦିଆଯିବ। ଜିଲ୍ଲାସ୍ତରରୁ ପ୍ରତିଦିନି ଏହି ରିପୋର୍ଟ ରାଜ୍ୟସ୍ତରକୁ ଆସିବା ସହ ଏଚ୍ଏମ୍ଆରଏସ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଛନ୍ତି।