ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା

0

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ୪୪ ପ୍ଲାଟୁନ ପୋଲସ ଫୋର୍ସ ସମେତ ବିରିଷ୍ଠ ଅଧିକାରୀ ମୃତୟନ ହେବେ । । ୧୨ ତାରିଖରୁ ୧୫ ତାରିଖ ଓ ୧୬ରୁ ୧୭ତାରିଖ ଦୁଇଟି ପର୍ଯ୍ୟାୟରେ ହୋଇଛି ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ୧୭ ତାରିଖ ଦିନ ପାଇଁ ପୁଲିସର ଅଧିକ ୨୦ ପ୍ଲାଟୁନ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବାର ସୂଚନା ରହିଛି । ଏହା ସହି ପୁରା ସହରକୁ ସିସିଟିଭିର ତୀକ୍ଷ୍ନ ନଜର ରଖିବ । ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମଧ୍ୟ ପୁଲିସ ବ୍ୟବସ୍ଥା ରହିବ। ଯଜ୍ଞସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି।