କଟକ : ବାରବାଟୀ ମ୍ୟାଚ ପାଇଁ ସୁରକ୍ଷା ସମୀକ୍ଷା କରାଯାଇଛି । ପୁଲିସ ସେବା ଭବନରେ ଗୁରୁତ୍ୱପୂଣ୍ଣ ବୈଠକ ଚାଲିଛି । କଡା ସୁରକ୍ଷାରେ ରହିଛି ବାରବାଟୀ ଷ୍ଟାଡିୟମ । ଏନେଇ ଟ୍ୱିନ ସିଟିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ବୈଠକରେ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ଚାଲିଛି ।
ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ବୈଠକରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ନେଇ ଆଲୋଚନା ହେବ ।