ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ, ସେପଟେ ଦେଶ ପାଳୁଛି ସମ୍ବିଧାନ ହତ୍ୟା ଦିବସ

0

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ । ୧୯୭୫ ମସିହା ଆଜିର ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୨୬ ଜୁନରେ ରେଡିଓ ମାଧ୍ୟମରେ ଏମର୍ଜେନ୍ସି ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହା ଏକ କଳା ଅଧ୍ୟାୟ ବୋଲି ବିବେଚନା କରାଯାଏ। ଏଥିରେ ଦେଶର ନାଗରିକଙ୍କ ସମେତ ବିରୋଧୀ ଦଳର ନେତା ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସରକାରଙ୍କ ସୁପାରିଶ କ୍ରମେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଫଖରୁଦ୍ଦିନ ଜରୁରୀକାଳୀନ ଡ୍ରାଫ୍ଟ ଉପରେ ୨୫ ଜୁନର ମଧ୍ୟରାତ୍ରିରେ ସ୍ୱାକ୍ଷର କରିଥିଲେ। ଭାରତୀୟ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଘୋଷଣା କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। କଠୋର ହୋଇ ଉଠିଥିଲା ଇନ୍ଦିରା ଗାନ୍ଧିଙ୍କ ସରକାର। ଯିଏବି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ତାଙ୍କୁ କାରାଗାରର ୪ କାନ୍ଥ ଭିତରକୁ ଠେଲି ଦେଉଥିଲେ ଇନ୍ଦିରା ଗାନ୍ଧି। ଏହି ଭୟରେ ଅନେକ ନେତା ଭୟରେ ଚୁପ ହୋଇ ରହିଯାଇଥିଲେ। ଯାହା ପରେ ସମଗ୍ର ଦେଶ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ବନ୍ଧକ ହୋଇଥିଲେ।

ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ ଦିଲ୍ଲୀରେ ସୌନ୍ଦର୍ୟ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ କରିବା ଭଳି ଜରୁରୀକାଳୀନ ପରିସ୍ଥିତିରେ ଅନେକ ନିଷ୍ପତ୍ତି ନେଇଥିଲେ। ଏହି ନେତାମାନଙ୍କ ମଧ୍ୟରୁ ଅନେକ ଏପରି ଥିଲେ ଯେଉଁମାନେ ପରେ ବିଜେପିରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜରୁରୀକାଳୀନ ସମୟରେ କଂଗ୍ରେସରେ ଥିବା କିଛି ନେତା ପରେ ଏକ ଅଲଗା ଦଳ ଗଠନ କରିଥିଲେ। ଯେଉଁମାନଙ୍କ ସହ ବିଜେପି ହାତ ମିଳାଇ ପରବର୍ତ୍ତି ମୁହୂର୍ତ୍ତରେ ସରକାର ଗଠନ କରିଥିଲା। ତେବେ ଆଜି ମଧ୍ୟ ବିଜେପି କଂଗ୍ରେସକୁ ଜରୁରୀକାଳୀନ ପରିସ୍ଥିତି ଉପରେ ପ୍ରଶ୍ନ କରୁଛି। ଜୁନ୍ ୨୬ ତାରିଖର ସକାଳ ଥିଲା ଜରୁରୀକାଳୀନ ପରିସ୍ଥିତି ସରକାର। ଦେଶରେ ଅନେକ ବ୍ୟବସ୍ଥା ବଦଳି ଯାଇଥିଲା। ସକାଳ ୬ଟା ସମୟରେ ଇନ୍ଦିରା ଗାନ୍ଧୀ କ୍ୟାବିନେଟର ଏକ ଜରୁରୀ ବୈଠକ ଡାକିଥିଲେ। ଯେଉଁଥିରେ ଗୃହ ସଚିବ ଖୁରାନା ଜରୁରୀକାଳୀନ ମନିଫେଷ୍ଟକୁ କ୍ୟାବିନେଟରେ ବର୍ଣ୍ଣନା କରିଥିଲେ।

ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବେ କ୍ଷଣି ଆରମ୍ଭ ହୋଇଥିଲା ବିରୋଧିଙ୍କୁ ଗିରଫ ହେବା କାର୍ୟ୍ୟ । ଇନ୍ଦିରା ଗାନ୍ଧିଙ୍କ କଡ଼ା ପ୍ରତିଦ୍ୱନ୍ଦ୍ୱୀ ଭାବରେ ପରିଗଣିତ ହେଉଥିବା ଜୟପ୍ରକାଶ ନାରାୟଣଙ୍କୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ମାତ୍ରେ ୨୬ ଜୁନ୍ ରାତି ୧.୩୦  ମିନିଟ ସମୟରେ ଗିରଫ କରାଯାଇଥିଲା । ତାଙ୍କ ସହ ଇନ୍ଦିରାଙ୍କ ନୀତିକୁ ବିରୋଧ କରୁଥିବା ଅନ୍ୟ ଅନେକ ନେତାଙ୍କୁ ମଧ୍ୟ ଗିରଫ କରାଯାଇ ଦେଶର ଅନେକ ଜେଲରେ ରଖିଥିଲେ ଇନ୍ଦିରା । ସେତେବେଳେ ଦେଶର ଜରୁରୀକାଳୀନ ପରିସ୍ଥିତି ବିଷୟରେ ସୂଚନା ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ସାଧାରଣ ଜନତାଙ୍କୁ ଦିଆଯାଇଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ମେଣ୍ଟେନାନ୍ସ ଅଫ୍ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ (ଗଓଝଇ) ଅନୁଯାୟୀ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା।