ନୂଆଦୀଲ୍ଲି: ବିଶ୍ୱକପ୍ ପୂର୍ବରୁ ସୁଧୁରିବ ଷ୍ଟାଡିୟମର ସ୍ଥିତି । ଦେଶର ପ୍ରମୁଖ ୫ଟି ଷ୍ଟାଡିୟମର ହେବ ନବିକରଣ । ଏହି ଷ୍ଟାଡିୟମର ମରାମତି କାମ ବିସିସିଆଇ କରିବା ନେଇ ସୂଚନା ରହିଛି । ଏଥିପାଇଁ ୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବେଲି କୁହାଯାଉଛି । ତେବେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଅଛି । ଏହାକୁ ଆଖି ଆଗରେ ରଖି ବିସିସିଆଇ ଷ୍ଟାଡିୟମର ନବୀକରଣ କରିବାକୁ ଲକ୍ଷ୍ୟ ରଖିଛି । ଭାରତର ଏକାଧିକ ଷ୍ଟାଡିୟମରେ ସାଧାରଣ ସୁବିଧା ନଥିବା ନେଇ ଅନେକ ସମୟରେ ଅଭିଯୋଗ ହୁଏ । ତେଣୁ ଅଭିଯୋଗକୁ ଆଖି ଆଗରେ ରଖି, ଫ୍ୟାନ୍ସକୁ ଉତ୍ତମ ସୁବିଧା ସୁଯୋଗ ଦେବାକୁ ବିସିସିଆଇ ଏବେ ବଡ ଯୋଜନା କରିଛି । ଦିନିକିଆ ବିଶ୍ୱକପ୍ ପୂର୍ବରୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ ସହିତ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମ, ମୋହାଲିର ପିସିଏ ଷ୍ଟାଡିୟମ୍, କୋଲକାତାର ଇର୍ଡେନ ଗାର୍ଡେନ ଷ୍ଟାଡିୟମ୍ ଏବଂ ହାଇଦ୍ରାବାଦରେ ଥିବା କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରିବ ବିସିସିଆଇ । ଏଥିପାଇଁ ମୋଟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ସେ ମଧ୍ୟରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ପାଇଁ ଆନୁମାନିକ ୧୦୦ କୋଟି, ହାଇଦ୍ରାବାଦ ପାଇଁ ୧୧୭ କୋଟି, ଇର୍ଡେନ ଗାର୍ଡେନ ପାଇଁ ୧୨୭ କୋଟି, ମୋହାଲି ପାଇଁ ୭୯ କୋଟି ଏବଂ ୱାଙ୍ଖଡେ ପାଇଁ ୭୮ କୋଟି ଟଙ୍କା ଖର୍ଚ୍ଚ ହେବ ।