ବଡ଼ ଧରଣର ଅବକାରୀ ଚଢ଼ାଉ, ୫ ହଜାର କିଲୋ ମହୁଲ ପୋଚ ନଷ୍ଟ

0

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲରେ ଜୟପାଟଣା ଅବକାରୀ ବିଭାଗ, ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଏଥିରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ୩ ଶହ ଲିଟର ଦେଶୀ ମଦ ସହ ୫ ହଜାର କେଜି ମହୁଲ ପୋଚ ନଷ୍ଟ କରାଯାଇଛି। କେହି ଗିରଫ ହୋଇନଥିବା ସୂଚନା ମିଳିଛି। ଚଢ଼ାଉରେ ୧୫ ଜଣ କର୍ମଚାରୀ ସାମିଲ ହୋଇଥିଲେ। ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୪୦ ଗୋଟି ପ୍ଲାଷ୍ଟିକ ଡ୍ରମ କୁ ପୋଡି ନଷ୍ଟ କରାଯାଇଛି ।