(ମମତା ସାମଲ)ରିପୋର୍ଟସଟୁଡେ: ଛତିଶଗଡରୁ କୋରାପୁଟ ଆସୁଥିବା ଏକ ସ୍କର୍ପିଓରୁ ବିପୁଳ ପରିମାଣରେ ଟଙ୍କା ଜବତ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ଗଞ୍ଜେଇ କିଣିବା ପାଇଁ ଏହି ଟଙ୍କା ଯାଉଥିବା ଅତିରିକ୍ତ ଏସପି କହିଛନ୍ତି । ଗଞ୍ଜେଇ କିଣିବା ପାଇଁ ଟଙ୍କା ନବରଙ୍ଗପୁର କୋଷାଗୁମୁଡାରୁ ଆନ୍ଧ୍ର ଯାଉଥିଲା. କୋଷାଗୁମୁଡାର ଜଣେ ବ୍ୟକ୍ତି ଏହି ଟଙ୍କା ପଠାଇଥିଲେ । ବିଶାଖାପାଟଣା ମୁଚିମପୁଟ ଥାନା ଗତରମୁଣ୍ଡାକୁ ଗଞ୍ଜେଇ ପାଇଁ ପଠାଉଥିଲେ । କଡରିମାଳିପୁଟରୁ ପାଟ୍ରୋଲିଂ ବେଳେ ୫୧ ଲକ୍ଷ ଜବତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ଛତିଶଗଡରୁ କୋରାପୁଟ ଆସୁଥିବା ଏକ ସ୍କର୍ପିଓରୁ ବିପୁଳ ପରିମାଣରେ ଟଙ୍କା ଜବତହୋଇଥିଲା । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ପୁଲିସ ଥାନାର କୋଡ୍ରିମାଳପୁଟ ନିକଟରେ ବିଏସଏଫ୍ ଜବାନମାନେ ପାଟ୍ରୋଲିଂ ବେଳେ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ କରିଥିଲେ । ଏହା ସହ ବିଏସଏଫ୍ ଜବାନମାନେ ୪ଟି ମୋବାଇଲ ଓ ସ୍କର୍ପିଓ ଜବତ କରିବା ସହ ୨ ଜଣ ଲୋକଙ୍କୁ ଅଟକ ରଖି ଓଡିଶା ପୁଲିସକୁ ହସ୍ତାନ୍ତର କରିଥିଲେ ।