ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ ପ୍ଲାଜମା ଥେରାପି ଦ୍ୱାରା କରୋନା ମୃତ୍ୟୁକୁ କମାଯାଇ ପାରୁଛି । ତେଣୁ ରାଜ୍ୟ ସରକାର କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରୁଛନ୍ତି । ତେଣୁ ଅଧିକରୁ ଅଧିକ ସଂଖ୍ୟକ କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରୁଛନ୍ତି । ଏହି କ୍ରମରେ ଆଜି ପର୍ଯ୍ୟନ୍ତ ଓଡିଶା ପୋଲିସର ୫୨ ଜଣ କରୋନା ଯୋଦ୍ଧା କରୋନାକୁ ହରାଇବା ପରେ ପ୍ଲାଜମା ଦାନ କରିଛନ୍ତି । ମୁଖ୍ୟତଃ କଟକର ଏସସିବି, ରାଉରକେଲାର ଆଇଜିଏଚ, ବୁର୍ଲା ଭୀମସାରରେ ପ୍ଲାଜମା ଦାନ କରାଯାଇଛି । ଏହି ପ୍ଲାଜମା ଦ୍ୱାରା କୋଭିଡରେ ସଂକ୍ରମିତ ଗୁରୁତର ରୋଗୀଙ୍କୁ ଆରୋଗ୍ୟ କରାଯାଉଛି । ପ୍ଲାଜମା ଦାନ କରିଥିବା ପୁଲିସ କରୋନା ଯୋଦ୍ଧାଙ୍କ ମଧ୍ୟରେ ଝାରସୁଗୁଡା ଓଏସଏପି ୨ୟ ବାଟାଲିୟନରୁ ୬ ଜଣ, କୋରାପୁଟ ଓଏସଏପି ୩ୟ ବାଟାଲିୟନରୁ ୫ ଜଣ, ରାଉରକେଲା ଓଏସଏପି ୪ର୍ଥ ବାଟାଲିୟନରୁ ଜଣେ, କଟକ ଓଏସଏପି ୬ଷ୍ଠ ବାଟାଲିୟନରୁଜଣେ, ଛତ୍ରପୁର ଓଏସଏପି ୮ମ ବାଟାଲିୟନରୁ ୧୪ ଜଣ, କୋରାପୁଟ ପ୍ରଥମ ଆଇଆର ବାଟାଲିୟନରୁ ଜଣେର, ଦେଓଗଡ ୪ର୍ଥ ଆଇଆର ବାଟାଲିଆନରୁ ୩ ଜଣ, ବୌଦ୍ଦ ୫ମ ଆଇଆର ବାଟାଲିୟନରୁ ୨ ଜଣ, ନୟାଗଡ ପିଟିଏସରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨, କଟକରୁ ୪, ପୁରୀରୁ ୧, ନୟାଗଡରୁ୧, ସୁନ୍ଦରଗଡରୁ ୩, ଗଜପତିରୁ ୬, ବ୍ରହ୍ମପୁର ପୁଲିସ ଜିଲ୍ଲାରୁ ଜଣେ ପ୍ଲାଜମା ଦାନ କରିଛନ୍ତି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।