ଭୁବନେଶ୍ୱର(ଆଦର୍ଶ ରାଉତ) କଟକ ମଙ୍ଗୁଳି ଛକରୁ ଧରାହେଲା ଗଂଜେଇ ବୋଝେଇ କଣ୍ଟେନର । କଣ୍ଟେନରରୁ ଜବତ ହୋଇଛି ୫୨୦ କିଲୋଗ୍ରାମ ଗଂଜେଇ । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ସ୍ପେଶାଲ ଟିମ ଜବତ କରିଛି । ଏହି ଗଞ୍ଜେଇ ଓଡିଶାରୁ ଦିଲ୍ଲୀକୁ ଚାଲାଣ କରାଯାଉଥିଲା । ଏଥିରେ ଡ୍ରାଇଭର ଗିରଫ ହେବା ସହ ତଦନ୍ତ ଜାରି ରହିଛି ।