ଭୁୁବନେଶ୍ୱର/ ସଞ୍ଜୁ – ଦିନକୁ ଦିନ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ଭୁବନେଶ୍ୱରୁ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଚିହ୍ନଟ ମଧ୍ୟରୁ ସଂଙ୍ଗରୋଧ କେନ୍ଦ୍ରରୁ ୫ ଜଣ ରହିଥିବାବେଳେ ୫୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
Update on newly detected #COVID19 cases in the last
24 hrs under the BMC area on 11th Nov (till 9am) pic.twitter.com/00UfqjzDJF— BMC (@bmcbbsr) November 11, 2020
ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୮୯୬ ରେ ପହଞ୍ଚିଛି । ଏଥି ସହିତ ୭୫ ଜଣ ସୁସ୍ଥ ଲାଭ କରିଛନ୍ତି । ରାଜଧାନୀରେ ୭୬୨ ଟି ସକ୍ରିୟ ମାମଲା ରହିଥିବାବେଳେ ୨୮ ହଜାର ୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୮୫ ଜଣଙ୍କର ମୃତ୍ୟୁ ହୋଇଛି ।