ଭୋର ୫ ଟାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନ

0

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ  ,ଓ  ଶୃଙ୍ଖଳିତ  ଦର୍ଶନ ପାଇଁ  ଦିଗରେ  ପଦକ୍ଷେପ ନେବା  ସହିତ  ମଠ  ଗୁଡିକ ର  ପୁନରୁଦ୍ଧାର  କାମ  , landscaping କାମ  ତ୍ୱରାନ୍ୱିତ  କରିବା  ପାଇଁ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି  । ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା  କରିଥିଲେ ଓ ସମଗ୍ର  ପରିକ୍ରମା  ପ୍ରକଳ୍ପ  ଅଞ୍ଚଳ ବୁଲି  ଦେଖିବା  ସହ  ଭକ୍ତ  ମାନଙ୍କ  ସହ  ମଧ୍ୟ  ଆଲୋଚନା  କରିଥିଲେ । ଏହି  ସମୀକ୍ଷା  ଅବସରରେ  ଶ୍ରୀ  ପାଣ୍ଡିଆନ୍  ଦୋଳବେଦି  ଅଞ୍ଚଳ ର  ତ୍ଵରିତ  ବିକାଶ  ଏମାର  ମଠ  , ପଞ୍ଜାବୀ  ମଠ ଆଦି ର  ପୁନରୁଦ୍ଧାର  ସହିତ  ପରିକ୍ରମା  ପ୍ରକଳ୍ପ  ସମ୍ମୁଖ  ଭାଗ ର  painting  କାମ  ଆଗେଇ  ନେବାକୁ  ପରାମର୍ଶ  ଦେଇଥିଲେ    । ଏହା  ସହିତ  ଭକ୍ତ  ମାନଙ୍କ  ସ୍ବଚ୍ଛନ୍ଦ ଦର୍ଶନ  ପାଇଁ ମରୀଚି କୋଟ ଛକ  ଠାରୁ  ଧାଡ଼ି  ଆରମ୍ଭ  ସହିତ  ସିଂହଦ୍ଵାର  ଠାରୁ  ମରୀଚି  କୋଟ ଛକ ପର୍ଯ୍ୟନ୍ତ  ବଡ଼ଦାଣ୍ଡ ର  ଉଭୟ  ପାର୍ଶ୍ଵ ରୁ  ଭେଣ୍ଡିଂ  ଜୋନ୍  ହଟାଇ  ଅନ୍ୟତ୍ର  ଥଇଥାନ  କରିବା  ପାଇଁ  ଶ୍ରୀ   ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ  । ସେହିପରି  ଶ୍ରୀ ମନ୍ଦିର  ଉତ୍ତର  ଦକ୍ଷୀଣ  ଓ  ପଶ୍ଚିମ  ପାର୍ଶ୍ୱ ର  landscaping  କାମ ଡିସେମ୍ବର ୯ ତାରିଖ ସୁଦ୍ଧା  ସାରିବାକୁ  ଶ୍ରୀ  ପାଣ୍ଡିଆନ୍  ନିର୍ଦ୍ଦେଶ ଦେଇଥିଲେ । ମଠ   ପୁନ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ   ଦେଇଥିଲେ । ଏତବ୍ୟତୀତ  ମେଘନାଦ  ପାଚେରୀ  ନିକଟରେ  ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ  ସେ  ପରାମର୍ଶ  ଦେଇଥିଲେ  । ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। Effluent treatment plant, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି  ପରିଦର୍ଶନ  ପୁରୀ  ଜିଲ୍ଲାପାଳ, IG  , SP,  MD ଏବଂ  ବିଭିନ୍ନ  executing  agency ର  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ।