କଟକ: କଟକ ବୋର୍ଡ ହାଇସ୍କୁଲରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ନଭେମ୍ବର ୨୯, ୨୦୨୧ରେ ଏହି ସ୍କୁଲ ଫାଇଭ-ଟି ଉପକ୍ରମରେ ରୂପାନ୍ତରଣର ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲା । ଏବେ କଟକର ଏହି ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ସ୍ମାର୍ଟକ୍ଲାସ ରୁମରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।
୧୯୫୯ ମସିହାରେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ସ୍ଥାପିତ ହୋଇଥିଲା। ତେବେ ଫାଇଭ-ଟି ଉପକ୍ରମରେ ସାମିଲ ହେବାପରେ ଘରୋଇ ଶିକ୍ଷାନୁଷ୍ଠାନ ଭଳି ସୁବିଧା ଏଠାରେ ଛାତ୍ରଛାତ୍ରୀ ପାଉଛନ୍ତି ।