ନୟାଗଡରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ

0

ଭୁବନେଶ୍ୱର: ନୟାଗଡ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ବର୍ଷା ସତ୍ୱେ ନୟାଗଡର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ।  ନୟାଗଡ ଜିଲ୍ଲାରେ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ। ପରେ ମିଶନ ଶକ୍ତି ମାହିଳାଙ୍କ ସହ ଅଲୋଚନା କରିବା ସହ ଛାତ୍ରଛାତ୍ରଙ୍କ ସହ ମଧ୍ୟ ଆଲୋଚନା କରିବେ । ଆଜି ସକାଳୁ ରଣପୁର ସହରରେ ପହଞ୍ଚିଛନ୍ତି ୫ଟି ସଚିବ । ପ୍ରତିକୂଳ ପାଗ ସତ୍ୱେ ସଚିବ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ପାଇଁ ଆଲୋଚନା କରିଛନ୍ତି । ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ପ୍ରତିଶୃତି ଦେଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶର୍ଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ ଆଲୋଚନା କରିବା ପରେ ବାଘ ସାମନ୍ତ ମିନି ଷ୍ଟାଡିୟମଠାରେ ଜନଅଭିଯୋଗ ଶୁଣାଣିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।