ବାଲେଶ୍ଵର/ ଶରତ ନାୟକ : ବାଲେଶ୍ଵରକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି ପ୍ରଥମ ଦିନରେ ବାଲେଶ୍ଵର ଜିଲ୍ଲାର ବାହାନଗା, ନୀଳଗିରି, ସୋର, ଔପଦା, ସଦର, ରେମୁଣା ବ୍ଳକ ଆଦି ବୁଲି ଥିଲେ। ଏହି ଅବସରରେ ରେମୁଣା ସ୍ଥିତ ଖିର ଚୋରା ଗୋପୀନାଥ ମନ୍ଦିର, ଫକିର ମୋହନ ମେଡିକାଲ କଲେଜ୍ ଓ ହସ୍ପିଟାଲ ସହିତ ବାଲେଶ୍ଵର ସ୍ଥିତ ନୋସି ପାର୍କ ରେ ଆୟୋଜିତ ମହିଳା ସମାବେଶ ରେ ଯୋଗଦେଇଥିଲେ। ରେମୁଣା ସ୍ଥିତ କ୍ଷୀରଚୋରା ମନ୍ଦିର ର ଉନ୍ନତି କରଣ ସହିତ ଟ୍ରାଫିକ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ସେହିପରି ମହିଳା ସମାବେଶରେ ଯୋଗ ଦେଇ ମିଶନଶକ୍ତି ମହିଳାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଓଡ଼ିଶା ପାଇଁ, ମହିଳା ଙ୍କୁ ସଶକ୍ତ ହେବାକୁ ପଡିବ। ସେଥି ପାଇଁ ରାଜ୍ୟ ସରକାର ମିଶନଶକ୍ତି କୁ ଅଗ୍ରାଧିକାର ଦେଉଛନ୍ତି । ଖୁବ୍ ଶୀଘ୍ର ଅନ୍ୟାନ୍ୟ ସୁବିଧା ସୁଯୋଗ ସହିତ , ମିଶନ ଶକ୍ତିର ପ୍ରତ୍ୟକ ସଦସ୍ୟ ଙ୍କୁ ସ୍ମାର୍ଟ ଆଇ କାର୍ଡ ଯୋଗାଇ ଦିଆଯିବବୋଲି ଘୋଷଣା କରିଛନ୍ତି।