ରାଧାରାଣୀ ମହାଳିକାକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ

0

ଭଦ୍ରକ: ଏଥର ସ୍ୱପ୍ନ ଦେଖି ସାକାର କରିବେ ଗରିବ ମେଧାବୀ ଛାତ୍ରଛାତ୍ରୀ । ଅର୍ଥ ଅଭାବରୁ ପାଠପଢାରେ ଅଉ ଏଣିକି କେହି ଡୋରି ଲଗାଇବେନ । ସେଥିପାଇଁ ସମସ୍ତ ସୁବିଧା ଯୋଗାଇଦେବେ ସରକାର । ସେହିପରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାନ ହାଟୁଆରି ଗାଁର ରାଧାରାଣୀ ମହାଳିକାକୁ ସହଯୋଗର ହାତ ବଢାଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ରାଧାରାଣୀ ଚଳିତ ବର୍ଷ ଯୁକ୍ତ ଯୁକ୍ତଦୁଇ କଳାରେ ବିରଞ୍ଚି ନାରାୟଣ ମାଧବାର୍ଜୁନ କଲେଜର ଟପ୍ପର ହୋଇଛନ୍ତି । ହେଲେ ବାପା ଆରପାରିକୁ ଚାଲି ଯାଇଥିବାରୁ ଅଭାବୀ ପରିବାରର ଦାୟିତ୍ୱ ରାଧାରାଣୀଙ୍କ ମୁଣ୍ଡରେ ପଡ଼ିଥିଲା । ସେଇଠି ରାଧାରାଣୀଙ୍କ ପାଠ ପଢିବାରେ ବାନ୍ଧିଥିଲେ ଢୋରି । ଝୁମ୍ପୁଡି ଘର ଅଗଣାରେ ପିଲାଙ୍କୁ ଟିଉସନ କରି ଯାହା ପାଉଥିଲେ ସେଥିରେ ସାନଭାଇର ପାଠପଢ଼ା, ଜେଜେ, ଜେଜେ ମା’ ଓ ମାଆଙ୍କର ସମସ୍ତ ଖର୍ଚ୍ଚ ତୁଲାଉଥିଲେ ରାଧାରାଣୀ । ଆର୍ଥିକ ସମସ୍ୟା ଯୋଗୁ ସେ ଉଚ୍ଚଶିକ୍ଷାର ସ୍ବପ୍ନକୁ ମାରିଦେଇଥିଲେ । ଜଣେ ସମାଜସେବୀଙ୍କ ଟୁଇଟ୍ ପରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ସହାୟତାର ହାତ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଧାରାଣୀଙ୍କ ସବୁ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ଭଦ୍ରକ ଜିଲାପାଳଙ୍କୁ ଚିଠି ଲେଖଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ତାଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଧାରାଣୀ ଖୁସିଥିବା କହିଥିବାବେଳେ ଝିଅର ସ୍ୱପ୍ନ ସାକାର ହେଉଥିବାରୁ ପରିବାରର ସମାସ୍ତ ଉତ୍ସାହିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।