ଭୁବନେଶ୍ୱର:ଜନତା ମଇଦାନରେ ୫ଟି ସଚିବ ଭିକେ ପାଣ୍ଡିଆନ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ଛାତ୍ର ଚାତ୍ରୀଙ୍କୁ ଭେଟିଛନ୍ତି । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିିଲେ ୫ଟି ସଚିବ । ଏତେ ପରିମାଣର ଛାତ୍ର ଛାତ୍ରୀ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାସ ଜଣାଇଥିଲେ । ଏହାପରେ ସମସ୍ତ ଛାତ୍ର ଛାତ୍ରୀଙ୍କ ଠାରୁୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ୫ଟି ସଚିବ ଛାତ୍ର ଛାତ୍ରୀଙ୍କୁ କିଛ ପ୍ରଶ୍ନ ପଚାରଥିଲେ । ପିଲାଙ୍କୁ ୫ଟି ସ୍କୁଲ ଭଳ ଲାଗୁଛି କି ନାହିଁ ପଚାରି ବୁଝିଥିଲେ ।
ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଏବଂ ଶାହୁରଖ ଖାନଙ୍କ ଉଦାହରଣ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କୁ 5T ସଚିବ ୯ଟି ଟିପ୍ସ ଦେଇଛନ୍ତି । ଖେଳନ୍ତୁ, ଫିଟ ରୁହନ୍ତୁ । ମାନସିକ ସୁସ୍ଥତା ପାଇଁ ଧ୍ୟାନରେ ୧୫ ମିନିଟ ବସନ୍ତୁ। ଦୈନିକ ୧୪ ଘଣ୍ଟା ପରିଶ୍ରମ କରନ୍ତୁ । ୫ ବର୍ଷର ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଫଳ ଦେବ ବୋଲି କହିଛନ୍ତି ଫାଇଭ ଟି ସଚିବ । ଭଲ ସାଙ୍ଗ କରନ୍ତୁ । ଜୀବନରେ ଭଲ ସାଙ୍ଗର ପ୍ରଭାବ ବହୁତ ଥାଏ । ସଫଳତା ଆଣିବାରେ ଭଲସାଙ୍ଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗୁରୁ, ମାତାପିତାଙ୍କୁ ମୁଣ୍ଡିଆ ମାରନ୍ତୁ। ଆଡିକସନ, ନିଶାଠୁ ଦୂରରେ ରୁହନ୍ତୁ । ଆଇଡିଆ ବାଣ୍ଟନ୍ତୁ । ଯେତେ ଦୂର ପାଠ ପଢିବାକୁ ଆସିଲେ ବି କିଛି ମନଦୁଃଖ କରନ୍ତୁ ନାହିଁ, କଠିନ ପରିଶ୍ରମ କରନ୍ତୁ ବୋଲି କହିଛନ୍ତି ଫାଇଭ ଟି ସଚିବ ଭିକେ
ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ୫ଟିରେ ସାମିଲ କରିଛନ୍ତି ବୋଲି ୫ଟି ସଚିବ କହିଥିଲେ। ୫ଟିରେ ଆପଣଙ୍କ କଲେଜରେ ସମ୍ପୂର୍ଣ୍ଣ ରୂପାନ୍ତର ୬ ମାସ ଭିତରେ ହେବ। ଏହ ବଦଳରେ ଭାଲ ପାଠ ପଢିବେ, କଠିନ ପରିଶ୍ରମ କରିବେ, ସ୍ୱପ୍ନ ସାକାର ପାଇଁ ଦିନ ରାତି କାମ କରିବେ। ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରିଟର୍ଣ୍ଣ ଗିଫ୍ଟ ହେବବୋଲି ୫ଟି ସଚିବ କହିଥିଲେ। ଆପଣ ମାନେ ଯେମିତି ଘରେ ଶ୍ରମ ଦାନ କରିନ୍ତି। ସେମିତି କଲେଜ ରୂପାନ୍ତରରେ ଶ୍ରମ ଦାନ କରିବେ। ଏହା ବି ଆପଣଙ୍କ ଘର ପରି ଓ ମନ୍ଦିର ପରି । ତାହେଲେ ଏହା ସବୁ ଦିନ ପାଇଁ ଆପଣଙ୍କ ମନରେ ସ୍ମୃତି ହୋଇ ରହିବ। ନୂଆ ବର୍ଷରେ ନୂଆ କ୍ଲାସରୁମ ହେବ। କଲେଜ କେମିତି ଥିଲା। ରୂପାନ୍ତର ପରେ କେମିତି ଅଛି। ଶ୍ରମ ଦାନ ସବୁର ଫୋଟୋ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ। ସବୁ ଭଲ ପୋଷ୍ଟକୁ ମୁଁ ରି ପୋଷ୍ଟ କରିବି ବୋଲି ୫ଟି ସଚିବ କହିଥିଲେ। ଏଥିସହ ନିଜ ପିଲାଦନର ପ୍ରେରଣାଦାୟୀ ସ୍ମୃତି ଛାତ୍ରଛାତ୍ରୀଙ୍କୁ କହିଥିଲେ। କଠିନ ପରିଶ୍ରମ କରିବାସହ ନିଜର ଫିଟନେସକୁ ମଧ୍ୟ ଗୁରତ୍ବ ଦେବାକୁ ପରାମର୍ଶ ଦେଇଥିଲେ।