ଫିରିଙ୍ଗିଆ / ମୃତୁଞ୍ଜୟ ଦିଗଲ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଗସ୍ତ ରେ ଆସିଥିବା ୫ଟି ସଚିବ ଭି. କେ.ପାଣ୍ଡିୟାନ ଦାରିଙ୍ଗବାଡି ରୁ ଜି.ଉଦୟଗିରି ହେଲି କେପ୍ଟର ମାଧ୍ୟମରେ ଆସି ପହଞ୍ଚି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ହରିଜନ ମହିଳା ମାନେ ୫ଟି ସଚିବ ଙ୍କୁ ସ୍ୱାଗତ ଜଣେଇଥିଲେ । ପରେ ୫ଟି ସଚିବ ସଭା ସ୍ଥଳରେ ବସିଥିବା ମାଆ ଏବଂ ଜନ ସାଧାରଣଙ୍କ ଠାରୁ ଲିଖିତ ଅଭିଯୋଗ ପତ୍ର ଓ ଦରଖାସ୍ତ ଗ୍ରହଣ କରିଥିଲେ । ଇତି ମଧ୍ୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ,୫ଟି ସଚିବ ଙ୍କ ଲୋକ ମାନଙ୍କ ସହ ମୋବାଇଲ ରେ ସେଲ୍ଫି ନେଉଥିବା ଖୁବ ଚର୍ଚ୍ଚାହୋଇଥିଲା । ମଞ୍ଚ ଉପରକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଏବଂ ଏସ.ଏଚ.ଜି ଗ୍ରୁପ ରୁ କିଭଳି ମାଆ ମାନେ ଏସ.ଏମ.ଇ ଗ୍ରୁପ କୁ ଯିବେ ତାହା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେଇଥିଲେ । ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଟି ୬ କୋଟି ବ୍ୟୟରେ ବହୁତ ସୁନ୍ଦର ହୋଇଛି ବୋଲି କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ସ୍ମାର୍ଟ ବସ ଷ୍ଟାଣ୍ଡ, ବିଭିନ୍ନ ମନ୍ଦିର ର ଉନ୍ନତିକରଣ, ବାଇପାସ ରୋଡ଼, ସିର୍କୀ ଇକୋ ପାର୍କ ଏବଂ କାଲିଗାଡୁ ହିଲ ଭିୟୁ ପଏଣ୍ଟ ଙ୍କୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଏସ.ପି, ସ୍ଥାନୀୟ ବିଡିଓ, ଏନଏସି ନିର୍ବାହୀ ଅଧିକାରୀ, ସମସ୍ତ ସରକାରୀ ଅଧିକାରୀ, ରାଜନୈତିକ ଜନପ୍ରତିନିଧି, ଦମକଳ ବାହିନୀ ଏବଂ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ବାହିନୀ ମୁତୟନ ହୋଇଥିଲା ।