ଜଗତସିଂହପୁର : ବିକାଶ ଅଭିମୁଖେ ଜଗତସିଂହପୁର ଜିଲ୍ଲା। ଦୁଇଦିନିଆ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ବିକାଶ କାମର ସମୀକ୍ଷା କରୁଛନ୍ତି । ଆଜି ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ଓ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଶାରଳା ମନ୍ଦିରରେ ପହଞ୍ଚି ମାଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି | ଏଥିସହ ମନ୍ଦିର ପରିସରରେ ନିର୍ମାଣାଧୀନ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିପୂଜକ ମାନଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ।
ସୂଚନାନୁସାରେ, ପୋଷ୍ଟ ଅଫିସ ଛକ ଠାରେ ମାଛଗାଁ ମେନ୍ କେନାଲ ଉପରେ ଡିଷ୍ଟ୍ରିବ୍ୟୁଟାରୀ-୧୦ ବକ୍ସ ବୁଲି ଦେଖିବେ। ତିର୍ତ୍ତୋଲରେ ମିଶନ ଶକ୍ତି କାଫେ ପରିଦର୍ଶନ କରିବେ ଭିକେ ପାଣ୍ଡିଆନ। ଏହା ପରେ ରଘୁନାଥପୁର ଗସ୍ତ କରି ଛପଦା ଠାରେ ଗୋରଖନାଥ ମନ୍ଦିରରେ ଦର୍ଶନ କରିବେ 5T ସଚିବ। ସେଠାରୁ ଜଇପୁରରେ ବୟନ ଗ୍ରାମ ବୁଲି ଦେଖିବେ। ପରେ ନିର୍ମାଣାଧୀନ ଜଇପୁର-କଟିକଟା ବ୍ରିଜର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ। ଏହା ପରେ ବିରିଡି ଗସ୍ତ କରି ଧ୍ୟାନକୁଦରେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରିବେ। ଏହା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ଭିକେ ପାଣ୍ଡିଆନ।