ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ଓ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ
ପୁରୀ: ଆଜି ସରିବ ୨୦୨୨ ବର୍ଷ । ଆରମ୍ଭ ହେବ ନୂତନ ବର୍ଷ ତଥା ୨୦୨୩ । ଏଥିପାଇଁ ସବୁଆଡେ ଖୁସିର ମାହୋଲ । ନୂଆବର୍ଷକୁ ବିଦାୟ ଦେବାପାଇଁ ଯିଏ ଯେଉଁ ପ୍ରକାରର ସେଲିବ୍ରେଟ କରୁଛନ୍ତି । ଆଉ ଅନେକ ମଧ୍ୟ ଦେବାଦେବୀଙ୍କୁ ଦର୍ଶନ ୨୦୨୩ ବର୍ଷରେ ନିଜର ଜୀବନରେ ସୁଖ ସମୃଦ୍ଧି ଭରିବା ପାଇଁ ନିଜର ମନ କଥା ଜଣାଉଛନ୍ତି । ସେହିପରି ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ଓ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ। ବର୍ଷର ଶେଷ ଦିନରେ ଉଭୟ ଶ୍ରୀଜିଉଙ୍କୁ ଦର୍ଶନ କରି ରାଜ୍ୟ ତଥା ବିଶ୍ବର ମଙ୍ଗଳ କାମନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ବେଢା ପରିକ୍ରମା, ଲକ୍ଷ୍ମୀ ମନ୍ଦିର ଦର୍ଶନ ଓ ବିମଳା ମନ୍ଦିର ଦର୍ଶନ କରିଛନ୍ତି ।