ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି

0

ବରଗଡ: ଆଜି ବରଗଡ଼ଗସ୍ତରେ ଥିବା ୫ଟି ସଚିବ ଭି.କେ ପାଣ୍ଡିଆନ୍ ଏକ ସଭାରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କୁ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ଲୋକଙ୍କ ସୁଖଦୁଃଖ ବୁଝିବାକୁ ତାଙ୍କ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଥିବା କହିଛନ୍ତି । ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ପାଖକୁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି । ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଏହି ଅଡିଓ ଶୁଣାଛନ୍ତି ୫ଟି ସଚିବ।