ପୁରୀ: ପୁରୀ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । 5T ସଚିବ ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପ୍ରଥମେ ପୁରୀ ମାଳତିପାଟପୁର ବାଇପାସ ଦେଇ ଶ୍ରୀସେତୁର ନିମୋଣ କାର୍ଯ୍ୟକୁ ଅନୁଧ୍ୟନ କରିବା ସହ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ । ସେହିପରି ସମଙ୍ଗ ମୌଜା ଅଞ୍ଚଳରେ ନିର୍ମିତ ହେଉଥିବା ପାର୍କିଂକୁ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ପାର୍କିଂର କ୍ଷମତା ସମ୍ପର୍କରେ ପଚାରି ବୁଝିବା ସହିତ କାର୍ୟ୍ୟ ନେଇ ଅନୁଧ୍ୟାନ କରିଥିଲେ । ଏହା ପରେ ବାସେଳିସାହି ଥାନା ନିକଟରେ ନିର୍ମାଣ କରାଯାଉଥିବା ଯାତ୍ରୀ ନିବାସ ଅଞ୍ଚଳ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ୟ୍ୟ ସମ୍ପର୍କରେ ତଦାରଖ କରିଥିଲେ । ପୁରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି 5T ସଚିବ ।