କନ୍ଧମାଳରେ ୫ଟି ସଚିବ: ବହୁ ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

0

ଭୁବନେଶ୍ୱର: ଦିନିକିଆ କନ୍ଧମାଳ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଯାଇ ଆଜି ସକାଳ ୧୧ଟାରେ ହେଲିକାପ୍ଟର ଯୋଗେ ଗୁଦାରୀ ଏରୋଡ୍ରମ ପଡିଆରେ ଓହ୍ଲାଇଛନ୍ତି । ୫ଟି ସଚିବଙ୍କ ସହ ମୁଖ୍ୟଶାସନ ସଚିବ ସୁରେଶ ମହାପାତ. ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ମଧ୍ୟ ରହିଛନ୍ତି । ସମସ୍ତେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରି ୫-ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଛନ୍ତି । ଏହା ପରେ ଫୁଲବାଣୀ ନିକଟ କଲାଡିଠାରେ ପ୍ରତିଷ୍ଠା ହେବାକୁ ଥିବା କନ୍ଧମାଳ ମେଡିକାଲ କଲେଜ ପାଇଁ ଚିହ୍ନଟ ସ୍ଥାନ ବୁଲି ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି । ମେଡିକାଲ କଲେଜର ଡିଜାଇନ ଦେଖିଛନ୍ତି ।
ସ୍କାର୍ଟ ସ୍କୁଲ ଅନ୍ତର୍ଭୁକ୍ତ ଫୁଲବାଣୀ ସହରର ସର୍ବପୁରାତନ ଏଜେ ଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଦିକୁ ଯାଇ ସେଠାକାର ଶିକ୍ଷାବ୍ୟବସ୍ଥା, ଭିତ୍ତିଭୂମୀ ଓ ପରିବେଶ ଆଦି ବୁଲି ଦେଖିଛନ୍ତି । ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଆଲୁମିନି କମିଟି ସଦସ୍ୟମାନେ ଉପସ୍ଥିତ ରହି କୋଭିଡ଼ ୧୯ ଗାଇଡ୍ ଲାଇନ୍ ମାନି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି, ଏସପି ଭୀନିତ ଅଗ୍ରୱାଲ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାଏକ, ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବିଡିଓ ଫୁଲବାଣୀ । ଶାନ୍ତନୁ କୁମାର ନାଏକ, ପ୍ରମୁଖ ଉପସ୍ଥିତ ଥିଲେ।